ଗଞ୍ଜାମ– ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅଧିନ ବୁଢାବାରୀ ଗ୍ରାମରେ ରଶ୍ମିତା ବାରିକ ନାମକ ଜଣେ ୨୩ ବର୍ଷିୟା ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ମାଆ ବାସନ୍ତୀ ପ୍ରଧାନଙ୍କ ଅଭିଯୋଗ କ୍ରମେ କେସ୍ ନଂ ୪୧୪ରେ ଏକ ମାମଲା ରୁଜ୍ଜୁ ସହ ସ୍ଵାମୀ ଦୀପକ ବାରିକଙ୍କୁ ପୋଲିସ ଗିରଫ କରିଛି ।
୩ ବର୍ଷ ତଳେ ତାରାସିଂ ଥାନା ତୋଲଡି ଗ୍ରାମର ମହେନ୍ଦ୍ର ପ୍ରଧାନଙ୍କ ଝିଅ ରଶ୍ମିତା ବୁଢ଼ାବାରୀ ଗ୍ରାମର ଦୀପକକୁ ବୈଦିକ ରୀତିମତେ ବିବାହ କରିଥିଲା । ଏହାପରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ, ପାରିବାରିକ ଅଶାନ୍ତିରୁ ସ୍ଵାମୀ ଦୀପକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରଶ୍ମିତାଙ୍କ ବେକରେ ଦାଗ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି ।