ମୁମ୍ବାଇ, ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଦକ୍ଷିଣ ମୁମ୍ବାଇ ସ୍ଥିତ ସହିଦ ସ୍ମାରକରେ 15 ବର୍ଷ ତଳେ 2008 ନଭେମ୍ବର 26ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ମୁମ୍ବାଇ ସହରର ପ୍ରଭାରୀ ଦୀପକ କେସରକରଙ୍କ ସହିତ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଏହି ଆକ୍ରମଣରେ ବିଦେଶୀ ନାଗରିକଙ୍କ ସହ 166 ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ 3ଶହରୁ ଅଧିକ ଆହତ ହୋଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, 15 ବର୍ଷ ତଳେ ହୋଇଥିବା ଏହି ଆକ୍ରମଣ ପରେ ମୁମ୍ବାଇ ପୋଲିସ ସହରର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିଛି । ଏୟାରପୋର୍ଟ ସହ ତଟ ସୁରକ୍ଷା ମଧ୍ୟ ସୁଦୃଢ ହୋଇଛି ।