ସୋନପୁର, ସାର୍ବଜନିନ କାଳୀପୂଜା ମୋହତ୍ସବ ୨୦୨୩ ଅବସରରେ ସୋନପୁର ମଝିପଡ଼ା ରାମଧୁନ୍ କ୍ଳବ୍ ପୂଜା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉମାକାନ୍ତ ବାରିକ ମେଲୋଡ଼ି କଳାକାରଙ୍କ ସମ୍ବଲପୁରୀ ଗୀତ ନାଚରେ ବିଳମ୍ବିତ ରାତି ଯାଏ ଝୁମିଥିଲେ ହଜାର ହଜାର ଦର୍ଶକ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୁଜାରୀ ଯୋଗ ଦେଇ ମେଲୋଡ଼ି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରାକ୍ତନ ନଗର ପାଳ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନି, ବିଧାୟକ ପ୍ରତିନିଧି ଗୋପାଳ ବରାଇ, ବିଜେଡି ନଗର ସଭାପତି ଜନ୍ମଞ୍ଜୟ ପାତ୍ର, ସୋମନାଥ ସାହୁ, ଯୋଗଦେଇ କଳାକାର ଓ ଦର୍ଶକ ଆୟୋଜକଙ୍କୁ ଉତ୍ସାହିତ କରିଥଲେ । କାଳୀ ପୂଜା କମିଟି ଦ୍ୱାରା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ମାନପତ୍ର, ପୁଷ୍ପ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା । ସେହିପରି ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, କଣ୍ଠ ଶିଳ୍ପୀ ନୂର୍ ବେଗମ୍, ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଉମାକାନ୍ତ ବାରିକ , ଯୁବ ସଂଗଠକ ମନୋରଞ୍ଜନ ତ୍ରିପାଠୀଙ୍କୁ ଓ ସ୍ୱଚ୍ଛ ଭାରତ ସଂଗଠନକୁ ମନ୍ତ୍ରୀ ଓ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ସତ୍ୟ ନାରାୟଣ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ । ପୀୟୂଷ ପଣ୍ଡା ଓ ବିକାଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ଜେବି ତ୍ରିପାଠୀ, ମାନସ ସେଠ୍, ଲଡୁ କିଶୋର ମଲ୍ଲିକ, ସୋମନାଥ ମିଶ୍ର, ଦୀପକ୍ ତ୍ରିପାଠୀ, ଶେଷ ଦେବ ମେହେର, ହରି ସାହୁ, ଗୋପାଳ ମେହେର, କମଳା ସାହୁ, ସୁରଜ୍ ସାହୁ, ବୁବୁନ, ବିଶ୍ୱଜିତ୍, ଗୁରୁ ଦଳାଇ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆସନ୍ତାକାଲି 27 ତାରିଖ ସୋମବାର ଦିନ ମାଙ୍କ ଭସାଣୀ ଉତ୍ସବ ଓ ନଗର ପରିକ୍ରମା ପରେ ପ୍ରତିମୂର୍ତ୍ତିକୁ ମହାନଦୀରେ ବିସର୍ଜନ କରାଯିବ ବୋଲି ପୂଜାର ମୁଖ୍ୟ ଆୟୋଜକ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା ସୂଚନା ଦେଇଛନ୍ତି ।
Related Stories
November 23, 2024