ଇସଲାମାବାଦ, ପାକିସ୍ତାନର କାର୍ଯ୍ୟକାରୀ ଗୃହମନ୍ତ୍ରୀ ସରଫରାଜ ଅହମଦ ବୁଗତି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହେଉଛନ୍ତି କୋର୍ଟଙ୍କ ପ୍ରିୟ । ଜେଲରେ ଇମ୍ରାନଙ୍କୁ ରାଜକୀୟ ସୁବିଧା ମିଳୁଛି । ଗୃହମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଯେଉଁ ସୁବିଧା ଉପଲବ୍ଧ କରାଯାଇଛି, ତାହା ଅନ୍ୟ କୌଣସି କଏଦୀଙ୍କୁ ଏପରିକି ଜେଲରେ ବନ୍ଦ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଯୋଗାଇ ଦିଆଯାଇନାହିଁ । ଇମ୍ରାନଙ୍କୁ ମିଳୁଥିବା ସୁବିଧା ଗୋଟିଏ ସାଧାରଣ ନାଗରିକର କଳ୍ପନା ବାହାରେ । ଇମ୍ରାନ କୋର୍ଟଙ୍କ ପ୍ରିୟ, ତେଣୁ ତାଙ୍କୁ ସବୁ ସୁବିଧା ମିଳୁଛି ।