ଭୁବନେଶ୍ୱର – ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏସପ୍ଲାନେଡ ସପିଙ୍ଗ ମଲରେ ଏକ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମମ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା । ଓଡିଶା ଡେଭଲପମେଂଟ ଆକ୍ଟ ଅନୁଯାୟୀ କୌଣସି କର୍ମସିଆଲ କଂପ୍ଲେକ୍ସରେ ନିଜସ୍ୱ ପାର୍କିଙ୍ଗ ବ୍ୟବସ୍ଥା ନଥିଲେ ବିଲଡିଙ୍ଗ ନିର୍ମାଣ କରିବାର ଅନୁମତି ମିଳେନାହିଁ । ଅନ୍ୟପଟେ ପାକିଙ୍ଗ ଫି ଆଦାୟ ବନ୍ଦ କରିବା ନେଇ ବିଡିଏ ଏକ ନିଦେ୍ର୍ଧଶାନାମା ଜାରି କଲା ପରେ ବି ଏସପ୍ଲାନେଡ ପାକିଙ୍ଗ ଫି ଆଦାୟ କରି ଚାଲିଛି । ବେଆଇନ ପାର୍କିଙ୍ଗ ଉପରେ ବିଡିଏ ରୋକ ଲାଗଇବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାଯା୍ର୍ୟନୁÂାନ ନେବା ପାଇଁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି ।
ସେହିପରି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବିସ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଭଳି ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଅଧ୍ୟାଦେଶ ଆଣିବା ସହ ଆଗାମୀ ବିଧାନସଭାରେ ଏହାକୁ ନିୟମରେ ପରିଣତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
                            
                        
	                    