କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସଦଗୁରୁ କବିର ସାହେବ ଏବଂ ଧନୀ ଧର୍ମଦାସ ସାହେବଙ୍କ 625 ତମ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରୀ ଜଗନାଥ ଧାମ ପୁରୀ ଦର୍ଶନଯାତ୍ରା ତଥା ସନ୍ଥ ସମ୍ମିଳନୀ ଆୟୋଜନ କରାଯାଇଛି l ଶ୍ରୀ ସଦଗୁରୁ କବିର ଧର୍ମଦାସ ସାହେବ ବଂଶାବଳି ପ୍ରତିନିଧି ସଭା ଦ୍ୱାରା ପୁରୀ ତାଳବଣିଆ ଠାରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଅଛି l ଏହି ଅବସରରେ ଚନ୍ଦନ ହଜୁରୀ ରୋଡ ସ୍ଥିତ ଗାଟାନି ସେବା ନିକେତନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଉକ୍ତ ସଂସ୍ଥା ଦ୍ୱାରା ଆୟୋଜନ କରାଯଇଥିଲା l ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଏହି ଉତ୍ସବ 24,25,26 ନଭେମ୍ବର ୩ ଦିନ ବ୍ୟାପି ତାଳବଣିଆ ଠାରେ ଅନୁଷ୍ଠିତ ହେବ l 23 ତାରିଖ ସକାଳ 8ଟାରେ ଗୁରୁମହିମା ଏବଂ ପୁନ ମାହାତ୍ମ୍ୟ ପାଠ କରାଯିବା ସହିତ 11ଟାରେ ଭେଟ ବନ୍ଦଗି ଏବଂ ଭଜନ କୀର୍ତ୍ତନ ଓ ସନ୍ଧ୍ୟା 6ଟାରେ ସାତିକ ଯଂଜ୍ଞ ଆନନ୍ଦି ଚଉକା ଆରତୀ ଅନୁଷ୍ଠିତ ହେବ l 24 ତାରିଖ ଦିନ ଅନୁଷ୍ଠାନର ସାମୁହିକ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ l ସେହିଭଳି 25 ତାରିଖ ରବିବାର ଦିନ ସାମୂହିକ ଚାଲବା ଚଉକା ଓ ଆନନ୍ଦି ଚଉକା ଆରତୀ ଅନୁଷ୍ଠିତ ହେବ l ଏହି ସନ୍ଥ ସମାଗମ ସମାରୋହରେ ପୂଜ୍ୟ ପନ୍ଥ ଶ୍ରୀ ପ୍ରକାଶ ମୁନି ନାମ ସାହେବ ଆଚାର୍ଯ୍ୟ କବିର ଧର୍ମନଗର ଦାମ ଆଖଡ଼ା ଯୋଗଦେଇ କବିର ବାଣୀ ଓ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି l ଏହାସହ ପ୍ରତିଦିନ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ନିଃଶୁଳ୍କ ଭୋଜନର ବ୍ୟବସ୍ଥା କରାଯାଇଛି l ଏହି ଉତ୍ସବରେ ଭାରତ ସମେତ ବିଦେଶରୁ ପାଖାପାଖି 10ହଜାରରୁ ଉର୍ଦ୍ଧ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଉତ୍ସବ ସ୍ଥଳକୁ ପରିମଳ ସ୍ୱଚ୍ଛତା ସହିତ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ନିୟମ ଅନୁଷ୍ଠାନ ପକ୍ଷରୁ କଡାକଡି ପାଳନ କରାଯିବ ବୋଲି ଆୟୋଜକ କମିଟି ମତ ରଖିଥିଲେ l ଆଜିଠାରୁ ଅନୁଷ୍ଠାନର ସମସ୍ତ ସ୍ବେଛାସେବୀ ଉକ୍ତ ପରିବେଶକୁ ସଫେଇ କରିବା ସହିତ ଆନୁସଙ୍ଗିକ କାର୍ଯ୍ୟ କରିଚାଲିଛନ୍ତି l ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ପ୍ରକାଶ ପଟେଲ, ସାଧାରଣ ସମ୍ପାଦକ ବିଜୟ ମହନ୍ତ ଏବଂ ବରିଷ୍ଠ ସଦସ୍ୟ ସତ୍ୟପ୍ରକାଶ ସୋନି ଉପସ୍ଥିତ ରହି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ l
Related Stories
November 23, 2024