କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସରକାରୀ ମହିଳା ମହାବିଦ୍ୟାଳୟ,ପୁରୀ ଆନ୍ତଃ ଗୁଣବତ୍ତା ସେଲ (9QAC) ତରଫରୁ ଦୁର୍ନୀତି ଓ ସ୍ୱଚ୍ଛତା ଶୀର୍ଷକ ବ୍ୟାଖାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ନିବେଦିତା ମିଶ୍ର ଏହି କାର୍ଯ୍ୟଟିକୁ ଉଦ୍ଘାଟିତ କରି ଦୁର୍ନୀତି ବିରୁଦ୍ଧିରେ ସଂଗ୍ରାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ଆଇ.କ୍ୟୁ.ଏସ୍.ସି ସଂଯୋଜକ ତଥା ଇଂରାଜୀ ବିଭାଗର ଅଧ୍ୟାପକ ନେତ୍ରାନନ୍ଦ ଦାଶ ଏପରି କାର୍ଯ୍ୟକ୍ରମ ରାଜ୍ୟ ସରକାର 5T ଅନୁସାରେ ଆୟୋଜନ କରାଯାଉଛି ବୋଲି କହିବା ସହ ଆଗକୁ ଅନେକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ତଥା ପ୍ରଶାସନିକ ଅଧିକାରୀ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ସେଠୀ ଦୁର୍ନିତୀ ସମାଜର ଶତ୍ରୁ ବୋଲି କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସନ୍ତୋଷ କୁମାର ମହାନ୍ତି ଦୁର୍ନିତୀ ସାମାଜିକ ପ୍ରଗତିର ବାଧକ ବୋଲି ମତ ଦେଇଥିଲେ। ଆଇ.କ୍ୟୁ.ଏସ୍.ସି ଯୁଗ୍ମ ସଂଯୋଜକ ଡକ୍ଟର ରାକେଶ ମିଶ୍ର ଦୁର୍ନିତୀ ପାଇଁ ଯୁବ ସମାଜକୁ ଲଢେଇ କରିବାକୁ ପଡ଼ିବ ବୋଲି ମତ ଦେଇଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ ଏ ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ଡକ୍ଟର ରାକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ପ୍ରମୋଦ ,ସତ୍ୟସ୍ମିତା ବେହେରା, ପ୍ରଫେସର ନିହାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Related Stories
November 23, 2024
November 23, 2024
November 23, 2024