ମାଲକାନଗିରି-କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଈନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଉପ ଜିଲ୍ଲାପାଳ ଡ. ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିକାଶ ର ସ୍ୱତନ୍ତ୍ର ଅଧିକାରୀ ଡ଼. ରଞ୍ଜନ କୁମାର ସ୍ୱାଇଁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ମହାବିଦ୍ୟାଳୟ ର ନୋଡାଲ ଅଧିକାରୀ ଜନ୍ କୋରା ଓ ଇଂରାଜୀ ପ୍ରାଧ୍ୟାପକ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ ଓ ଏହା ପରେ ସହୀଦ ଲକ୍ଷ୍ମଣ ନାଏକଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଶ୍ରୀ ଖେମୁଣ୍ଡୁ ଛାତ୍ର ଛାତ୍ରୀମାନଙ୍କୁ ନିଜ ଅତୀତର ଅନେକ ସଂଘର୍ଷମୟ ଗାଥା ବର୍ଣ୍ଣନା କରି କହିଥିଲେ ଯେ, ଜଣେ ଛାତ୍ର କିମ୍ବା ଛାତ୍ରୀ ଖାଲି ପାଠ ପଢି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ହିଁ ସବୁକିଛି ପାଇଗଲା ବୋଲି ଭାବିବା ଠିକ ହେବନାହିଁ । ଏହି ସମୟ ମଧ୍ୟରେ ସେ ନିଜକୁ ଖେଳକୁଦ, କ୍ରିଡ଼ା, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଜଡିତ କରାଇ ପାରିଲେ ଭବିଷ୍ୟତ ଅତ୍ୟନ୍ତ ଆନନ୍ଦମୟ ସହିତ ବ୍ୟକ୍ତିତ୍ଵର ମଧ୍ୟ ବିକାଶ ହୋଇଉଠେ । ଅନ୍ୟ ଅତିଥିମାନେ ମଧ୍ୟ ଏହିଭଳି ଯୂବ ବିକାଶ କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ରାଜ୍ୟ ସରକାରଙ୍କ ଏପରି ପ୍ରୟୋଗକୁ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କ୍ରୀଡ଼ା ଓ ଗୁଣକୁ ଜାଗୃତ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଯାହାକୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହର ସହ ଭାଗ ନେଇଥିଲେ ।
Related Stories
November 23, 2024