ଭୁବନେଶ୍ୱର-ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରୀ କରିବାକୁ ଅନୁମତି ସମ୍ପର୍କିତ କ୍ୟାବିନେଟ ପ୍ରସ୍ତାବକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଏହା କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଆଦିବାସୀ ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି ବୋଲି ଦାବି କରୁଛନ୍ତି । ସରକାର ଆଦିବାସୀ ମାନଙ୍କ ପାଇଁ କାନ୍ଦୁଛନ୍ତି ହେଲେ ତାଙ୍କ ଆଖିରୁ ଲୁହ ବାହାରୁ ନାହିଁ ।
ସେ କହିଛନ୍ତି ଯେ କ୍ୟାବିନେଟରେ ଜମି ବିକ୍ରୀ ସମ୍ପର୍କିତ ନିଷ୍ପତିକୁ ପ୍ରତ୍ୟାହାର କରିବା ସହ ପେସା ଆଇନକୁ କାର୍ଯ୍ୟକାରୀ କରନ୍ତୁ ।