
କେନ୍ଦ୍ରାପଡ଼ା – ଉକ୍ରଳ ସମ୍ମିଳନୀର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସଙ୍ଗଠନର ୧୧୭ତମ ସ୍ୱନକ୍ଷତ୍ର ଦିବସ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ କେନ୍ଦ୍ରାପଡା ପ୍ରେସକ୍ଲବ୍ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପରିଚାଳନାରେ ଆୟୋଜିତ ସଭାରେ ଅଧ୍ୟାପକ ଅଜୟ ସାମଲ, କରୁଣାକର ଦାସ, ଦିବାକର ଜେନା, ନବଘନ ମହାରଣା, ଶୁଭ୍ରାଂଶୁ ଦାସ, ଅଶୋକ କୁମାର ସାହୁ, ଅନୁସୂୟା ମିଶ୍ର, ଅମରବର ବିଶ୍ୱାଳ, ଅମୀୟ ନାୟକ ପ୍ରଭୃତି ଆଲୋଚକମାନେ ସାଢେ ୪ କୋଟି ଓଡିଆଙ୍କର ନିଜସ୍ୱ ପରିଚୟ ସୃଷ୍ଟିରେ ଉକ୍ରଳ ସମ୍ମିଳନୀର ଅବଦାନ ସଂପର୍କରେ ଆଲୋଚନା କରିବା ସହ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକ ଅଧୀନ ୧୨ଟି ବଙ୍ଗ ଭାଷାଭାଷୀ ପଂଚାୟତରେ ଓଡିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଥିଲେ । ସଂଗଠନର ଜିଲ୍ଲା ସଂପାଦକ ଡଃ. ବାସୁଦେବ ଦାସ ବିବରଣୀ ପାଠ ସହ ସଭ୍ୟ ସଂଗ୍ରହ ଏବଂ ଆସନ୍ତା ବର୍ଷ ଜିଲ୍ଲା ସଂଗଠନର ରୈାପ୍ୟଜୟନ୍ତୀ ଉତ୍ସବ ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇଁ ଘୋଷଣା କରିଥିଲେ । ଗୋପାଳ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଦେଉଥିବାବେଳେ ଆଦିକନ୍ଦ ରାଉଳ ଧନ୍ୟବାଦ ଓ ଗୋଲକ ସେଠୀ ସ୍ୱାଗତ ସଂଗୀତ ଗାନ କରିଥିଲେ ।