
ଭୁବନେଶ୍ୱର– ଆଦିବାସୀଙ୍କ ଜମି ବିକ୍ରୀ ସମ୍ପର୍କିତ କ୍ୟାବିନେଟ ନିଷ୍ପତି ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।
ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ଗୃହ ବାହାରେ ସେ କହିଛନ୍ତି ଯେ ମୋସନ ଆକାରରେ ଏନେଇ ଗୃହରେ ଆଲୋଚନା ଚାହୁଁଛୁ । ଗତ କାଲି ଦାବି କରିଥିଲୁ, ଆଜି ବି ସମାନ ଦାବି ରଖିଥିଲୁ । ସର୍ବଦଳୀୟ ବୈଠକରେ ମଧ୍ୟ ଏହି କଥା କହିଥିଲୁ । ହେଲେ ବାଚସ୍ପତି ଗ୍ରହଣ କରିବାକୁ ମନା କରିଥିଲେ ।
ସେ କହିଛନ୍ତି ଯେ ପୁଞ୍ଜିପତିଙ୍କୁ ଆଦିବାସୀଙ୍କ ଜମି ଦେବାକୁ ସରକାର ଚକ୍ରାନ୍ତ କରିଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଗୃହ ବାହାରେ ବି ପ୍ରତିବାଦ ଜାରି ରହିବ ।