
ଭୁବନେଶ୍ୱର– ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁରେ ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି । ବହୁ ମୂଲ୍ୟବାନ ଇଞ୍ଜେକସନ, ମେଡିସିନ ପୋଡ଼ି ନଷ୍ଟ ହୋଇଯାଇଛି । ଏସି, ଡିପ୍ ଫ୍ରିଜର ସହିତ ବହୁ ବିଦ୍ୟୁତ୍ ସାମଗ୍ରୀ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।