
ଭୁବନେଶ୍ୱର– ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରହଣିଆ ପଞ୍ଚାୟତ ସ୍ଥିତ ଖରିଗଡିଆ ଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଘର ସହିତ ଜଳିଗଲେ ଗୋରୁ । ନିଆଁରେ ଦୁଇଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି 5ବଖରା ଘର ଜଳିପୋଡି ଭସ୍ମୀଭୂତ ହୋଇଯାଇଛି । ନିଆଁରେ ବହୁ ମୂଲ୍ୟବାନ ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି ।