
ଭୁବନେଶ୍ୱର, ଅନଲାଇନ ଚାକିରି ଠକେଇ ବଢିଚାଲିଥିବା ବେଳେ ଆଜି ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବାସୀଙ୍କୁ ସାବଧାନ କରାଯାଇଛି । ସୋସିଆଲ ମିଡିଆ ଏକ୍ସରେ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି ଯେ, ସାବଧାନ, ଆପଣ ଅନଲାଇନ ଚାକିରି ଠକେଇର ଶିକାର ହୋଇପାରନ୍ତି । ଅନଲାଇନରେ ପାର୍ଟ ଟାଇମ ଚାକିରୀ କରନ୍ତୁ, ଅଳ୍ପ ସମୟରେ ଲକ୍ଷପତି ହୁଅନ୍ତୁ। ଯଦି ଟେଲିଗ୍ରାମ, ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରୁ ଆପଣଙ୍କ ପାଖକୁ ଏମିତି ମେସେଜ ଆସୁଛି ତେବେ ଏହାଠାରୁ ଦୁରେଇ ରହନ୍ତୁ। ନଚେତ ଆପଣ ଠକାମୀର ଶିକାର ହୋଇ ପାରନ୍ତି ବୋଲି ଓଡ଼ିଶା ପୋଲିସ ସଚେତନ କରିଛି ।