
ଲକ୍ଷ୍ନୌ, ଆଜି ହେଉଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଝଲକାରୀ ବାଈଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ନିଜର ଅଦ୍ଭୁତ ସାହସ ଏବଂ ପରାକ୍ରମରେ ବ୍ରିଟିଶ ଶାସନ ବିରୁଦ୍ଧରେ ଅନ୍ତିମ ନିଶ୍ୱାସ ପର୍ଯ୍ୟନ୍ତ ଲଢିଥିବା ମହାନ ବୀରାଙ୍ଗନା, ନାରୀ ଶକ୍ତିର ପ୍ରତୀକ ଝଲକାରୀ ବାଈଙ୍କ ଜୟନ୍ତୀ ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଦେଶର ସୁରକ୍ଷା ପାଇଁ ତାଙ୍କ ତ୍ୟାଗ ଓ ସମର୍ପଣ ଅବିସ୍ମରଣୀୟ । ତାଙ୍କର ଶୌର୍ଯ୍ୟ ଗାଥା ସର୍ବଦା ପ୍ରେରଣା ପାଲଟି ରହିବ ।