
ବଲାଙ୍ଗିର– ଗତକାଲି ବିଳମ୍ବିତ ରାତିରେ ଲୋଇସିଂହା ରେଞ୍ଜ ର କର୍ମଚାରୀମାନେ ଲୋଇସିଂହା ବିଭାଗର ସିଙ୍ଘାଣିମୁଣ୍ଡା ଗ୍ରାମ ନିକଟରେ ୨୦ କୁଇଣ୍ଟାଲ ଖଇର ଗଣ୍ଡି ଲୋଡ଼ କରିଯାଉଥିବା ଏକ ଗାଡିକୁ ଜବତ କରିଛନ୍ତି। ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା।
ଲୋଇସିଂହା ରେଞ୍ଜ ର ପାରା ସ୍କ୍ବାଡ଼, ରେଞ୍ଜ ଅଧିକାରୀ ପାଉଲ ହରପାଲଙ୍କ ନେତୃତ୍ଵରେ ଏହି ଚଢ଼ଉ କରିଥିଲେ।