ଜୟପୁର– ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, ଜୟପୁର ସହର ପକ୍ଷରୁ ସ୍ଥାନୀୟ ଦ୍ବିତୀୟ ବଜାର ୟୁନିଅନ ଅଫିସରେ ଜୟପୁର ସହର ସ୍ତରୀୟ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମିରାଣୀ ଭଟାଚାର୍ଯ୍ୟଙ୍କ ସଭାପତିତ୍ବରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ସହୀଦ ସ୍ତମ୍ବରେ ପୁଷ୍ପଗୁଚ୍ଛ ଦେଇ ଏକ ମିନିଟ ନିରବତା ପାଳନ କରାଯାଇଥିଲା ଏବଂ ସଂଘର ପତିଷ୍ଠାତା ବିଶିଷ୍ଟ ମାକ୍ସବାଦୀ ଦାର୍ଶନିକ କମ୍ରେଡ ଶିବଦାସ ଘୋଷଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ସଭା ପ୍ରାରମ୍ଭରେ ସଙ୍ଗୀତ ଗୋଷ୍ଠୀଙ୍କ ଦ୍ଵାରା ବିପ୍ଳବୀ ସଙ୍ଗୀତ ଗାନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅଥିତିରୁପେ ବିଶିଷ୍ଟ ସମାଜସେବୀ ସୂର୍ଯ୍ୟ ନାରାୟଣ ବିଷୋୟୀ, ମୁଖ୍ୟବକ୍ତା ଥିଲେ ଇରିଗେଶନ କଲୋନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଇନ୍ଦୁମତି ଦାସ ଓ ସମ୍ମାନୀୟ ଅତିଥି ରୂପେ ସଙ୍ଗଠନର କୋରାପୁଟ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀ ବାରିକ ଯୋଗଦେଇ ସମାଜ ପ୍ରତି ନାରୀମାନଙ୍କ ଅତୁଳନୀୟ ଅବଦାନ ତଥା ପୃଥିବୀ ସମେତ ଭାରତର ସ୍ଵାଧୀନତା ସଂଗ୍ରାମରେ ନାରୀମାନଙ୍କ ଯୋଗଦାନ ତଥା ଦେଶ ଓ ଯଶ ପାଇଁ ସେମାନଙ୍କ ବିରତ୍ଵପୂର୍ଣ୍ଣ ଲଢେଇ ଏବଂ ପୃଥିବୀର ବହୁ ବିର ସହୀଦଙ୍କ ଆତ୍ମ ବଳିଦାନ ପଛରେ ସେମାନଙ୍କର ମାତା, ଭଗିନୀ ଓ ସ୍ତ୍ରୀ ର ସ୍ନେହ ମମତା ଭଲପାଇବା ଥିଲା ସମ୍ବଳ । ଏହି ପରିପ୍ରେକ୍ଷୀରେ ଆଜିର ଏହି ସମ୍ମିଳନୀର ଗୁରୁତ୍ଵକୁ ଉପଲବ୍ଧି କରି ଭାରତ ବର୍ଷର ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ନାରୀମାନେ ସାମାଜିକ, ସାଂସ୍କୃତିକ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଓ ଅପସଂସ୍କୃତି, ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ ଏବଂ ଭାରତ ବର୍ଷରେ ସମଜ ତାନ୍ତ୍ରିକ ବିପ୍ଳବ ସଫଳ କରିବା ପାଇଁ ଆଗେଇ ଆସିବା ସକାଶେ ଆହ୍ବାନ ଦେଇଥିଲେ ।
ଏହି ସମ୍ମିଳନୀରେ ସଂଗଠନ ର ପରିଚାଳନା ପାଇଁ ୧୩ ଜଣିଆ କମିଟି ଗଠନ କରାଯାଇଥିଲା ।