ସୁବର୍ଣ୍ଣପୁର– ବରିଷ୍ଠ ସାମ୍ବାଦିକ ଦିଲିପ ପାତ୍ରଙ୍କ ମା ଡାଲ୍ଲାମା ଦେବୀଙ୍କର ୯୨ ବର୍ଷ ବୟସରେ ସୋନପୁର ଢ଼େରାପଡା ସ୍ଥିତ ବାସଭବନରେ ଗତକାଲି ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସୁବର୍ଣ୍ଣପୁର ସାମ୍ବାଦିକ ଓ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସହ ରାଜ୍ୟର ସମସ୍ତ ଜିଲ୍ଲା ଶାଖାର କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସେ ଜଣେ ଆମାୟିକ ଓ ଧର୍ମପରାୟଣ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିବାବେଳେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ କିଛିଦିନ ହେଲା ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ବଡପୁଅ ମୃତ୍ୟୁଞ୍ଜୟ, ଗୁଣନିଧି, ଦିଲିପ ଓ ଶେଷଦେବ ପାତ୍ରଙ୍କ ସହ ନାତି ନାତୁଣୀ ଓ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ। ତେଲୁଗୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ରାମେଶ୍ଵର ସ୍ଥିତ ତ୍ରିବେଣୀ ସଙ୍ଗମ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।