ଭଞ୍ଜନଗର – ତାରସିଂ ଥାନା ଲଣ୍ଡେଇ ହିଲରେ ବହୁଦିନ ହେଲା ବେଆଇନ ଭାବେ ପଥର ଫୁଟା ହେଉଥିବା ଖବର ପାଇ ରବିବାର ସନ୍ଧ୍ୟାରେ ଅଚାନକ ପୋଲିସ ଚଢ଼ାଉ କରି ସେଠାରୁ ୧୧ଜଣଙ୍କୁ ଗିରଫ କରିଛି ଏବଂ ଅନ୍ଧାର ରେ ୫ ଜଣ ଖସିପଳେଇଥିବା ଜଣାପଡ଼ିଛି।
ଘଟଣା ସ୍ଥଳରୁ ପୋଲିସ ୫ଟି ଟ୍ରାକ୍ଟର ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ବ୍ୟକ୍ତି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ୫ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଛନ୍ତି।