-
ବୁଧବାର ଠାରୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭକ୍ତଙ୍କ ଭଲ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। କମିଟି ସଦସ୍ୟ ଏବଂ ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରି ଶ୍ରୀଦାସ କହିଛନ୍ତି ଯେ ବୁଧବାର ଠାରୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।ଭକ୍ତଙ୍କ ପାଇଁ ଅଧିକ ସେଡ, ଶୌଚାଳୟ ଏବଂ ଜଳର ବ୍ୟବସ୍ଥା କରାଯିବ। ସମସ୍ତ ବୟସ୍କ ଭକ୍ତଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି |ଭକ୍ତ ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ଆମର ଆତ୍ମା ଉତ୍ସର୍ଗୀକୃତ ବୋଲି କହିଛନ୍ତି ଶ୍ରୀଦାସ |