କନ୍ଧମାଳ-କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ବିଧାନସଭା ନୂଆ ଉପବାଚସ୍ପତି। ମଙ୍ଗଳବାର ପୂର୍ବାହ୍ନରେ ସାଲୁଗା ପ୍ରଧାନ ନିଦ୍ୱର୍ନ୍ଦ୍ୱରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ଘୁ.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପାଇଁ ସୋମବାର ଦିନ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତ ରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ସେ ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।ଏଥିରେ ତାଙ୍କୁ ରାଜ୍ୟ ତଥା ଜିଲ୍ଲା ରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁଚନା ଯୋଗ୍ଯ ଗତ କିଛି ଦିନ ପୂର୍ବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବରେ ଘୋଷଣା କରିଥିଲେ। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ବିଜୁ ଜନତା ଦଳରେ ଆନନ୍ଦ ର ସୁଅ ଛୁଟିଛି।
Related Stories
September 20, 2024
September 20, 2024