
ମାଲକାନଗିରି-ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡା ଠାରେ ଗତକାଲି ଏକ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି! ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ ଗୌଡ଼ ଙ୍କ ଆହ୍ୱାନ କ୍ରମେ ଜିଲା ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧକ୍ଷତାରେ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ରାଜ୍ୟ ସମ୍ପାଦକ ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି, ଚିତ୍ରକୋଣ୍ଡା ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ବିନତି ଖିଲ, ପୂର୍ବତନ ବିଧାୟକ ଭୁଜବଳ ମାଝୀ,ରାମଚନ୍ଦ୍ର କାଡ଼ାମ, ପୂର୍ବତନ ମାଲକାନଗିରି ବିଧାୟକ ନିମାଇଁ ସରକାର,ବରିଷ୍ଠ କଂଗ୍ରେସ କର୍ମୀ ମାଲା ମାଢ଼ି, ଶରତ ବୁରୁଦା, ହୀରାବତୀ ଗଣ୍ଡ, ଜିଲା ପରିଷଦ ସଦସ୍ୟ ମଙ୍ଗୁ ଖିଲ, ଭୀମା ବାର୍ଷେ ପ୍ରମୁଖ ଯୋଗଦେଇଥିଲେ! ଚିତ୍ରକୋଣ୍ଡା ବ୍ଲକ ର୧ ୮ ଗୋଟି ପଞ୍ଚାୟତ ର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ! ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତଃ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଜମିକୁ ଜଳ ଯୋଗାଇବା ପାଇଁ କରାଯାଇଥିବା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଫେଲ ହୋଇଛି!ଏଥିରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି ତାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନିଆଯାଉ!ଜନସାଧାରଣଙ୍କୁ ଜଙ୍ଗଲ ଜମି ପଟା ମିଳିଛି ତାହା ଆଜି ଯାଏଁ ଚି଼ହ୍ନଟି କରଣ କରାଯାଇନାହିଁ କି ସେ ପଟାରେ ଜାତି ଲେଖା ଯାଇନାହିଁ ଫଳରେ ଲୋକେ ଜାତି ପ୍ରମାଣ ପତ୍ର ପାଇବାରେ ବ୍ୟାଘାତ ଘଟୁଛି ତୁରନ୍ତ ତାର ସମାଧାନ କରାଯାଉ! ଏବେବି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ତଥା ଉପାନ୍ତ ଅଞ୍ଚଳର ବହୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇନାହିଁ ସେ ଗ୍ରାମ ମାନଙ୍କରେ ଶୀଘ୍ର ସଂଯୋଗ କରାଯାଉ!ପ୍ରତି ପଞ୍ଚାୟତରେ ସମସ୍ତ ପ୍ରକାର ମଣ୍ଡି ବ୍ୟବସ୍ଥା କରାଯାଉ ନହେଲେ କଳାବଜାରୀ ଓ ଦଲାଲଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି ଓ ଉତ୍ପାଦିତ ଶସ୍ୟରେ ଉଚିତ ସରକାରୀ ମୂଲ୍ୟ ନିର୍ଧାରଣ କରାଯାଉ!ଚିତ୍ରକୋଣ୍ଡା ୧ ୮ ଗୋଟି ପଞ୍ଚାୟତରେ ଏସବୁ ଦାବୀ ପୂରଣ ନହେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ପାଇଁ ଚେତାବନୀ ଦେଇଛି!