ଭୁବନେଶ୍ୱର– ଜଗନ୍ନାଥ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି ଯେ, ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା । ନବାବ ହୁସେନ ଦାଣ୍ଡରେ କେହି ହରିନାମ ନେଇ ପାରିବେନି ବୋଲି କହିଥିଲେ । କୌଣସି ଧର୍ମ ବିରୋଧୀ ବ୍ୟକ୍ତି ମଧ୍ୟ ଏଭଳି କଟକଣା ଜାରି କରିନଥିଲେ । କାର୍ତ୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଦେଶରୁ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି । କେବେ 4 ଦ୍ୱାର ଖୋଲିବ ସରକାର କହୁ ନାହାନ୍ତି । ଦର୍ଶନ କରିବା ଆମ ଧାର୍ମିକ ଅଧିକାର,ସମ୍ବିଧାନ ସିଦ୍ଧ ଅଧିକାର । ଏହାକୁ ବିରୋଧ କରିବା ସମ୍ବିଧାନ ବିରୋଧୀ, ଆଇନ ବିରୋଧୀ ବୋଲି କହି ବର୍ଷିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
Related Stories
November 28, 2024
November 28, 2024