କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ,୧୬,୧୭ ନଭେମ୍ବର ୨୦୨୩ ରିଖରେ ରାଉରକେଲା ଠାରେ ରାଜ୍ୟ ସ୍ତରୀୟ ବରିଷ୍ଟ ପୁରୁଷ ଓ ମହିଳା ବକ୍ସିଂ ଚୟନ ପ୍ରତିଯୋଗିତା ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଏନେଇ ପୁରୀ ଜିଲ୍ଲାର ମାନସ ଜେନା ପୁରୀ ଜିଲ୍ଲା କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦେଇଛନ୍ତି।
ମାନସ ଜେନା ତାଙ୍କ ଦ୍ୱିତୀୟ ମ୍ୟାଚରେ ଭୁବନେଶ୍ୱର ସହ ଥିଲା। ସେ ଏହି ମ୍ୟାଚ ଟି ଅଗ୍ରଣୀ କରିଥଲେ ମଧ୍ୟ ରେଫ୍ରି ଓ ଜଜ୍ ଜାଣିଶୁଣି ତାଙ୍କୁ ପରାଜିତ ଘୋଷଣା କରିଥିଲେ। ଏହାପରେ ସେ ରାଜ୍ୟ ବକ୍ସିଂ ସଂଘ ସମ୍ପାଦକ ଅନୀଲ ବୋହିଦାର ଙ୍କୁ ଭେଟି ମ୍ୟାଚ ସମୀକ୍ଷା କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୋଣସି ପଦକ୍ଷେପ ସମ୍ପାଦକ ନେଇ ନ ଥିବା ତାଙ୍କ ଅଭିଯୋଗରେ ରାଜ୍ୟ କ୍ରୀଡା ବିଭାଗକୁ ଲିଖିତ ଅଭିଯୋଗ କରି ଜଣାଇଛନ୍ତି। ସେ ରାଜ୍ୟ କ୍ରୀଡା ବିଭାଗ ପାଖରେ ନିବେଦନ କରିଛନ୍ତି ଯେ ତାଙ୍କ ମ୍ୟାଚ ଭିଡ଼ିଓ କୁ ଯାଞ୍ଚ କରାଯାଇ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ମାନସଙ୍କୁ ବୁଝାସୁଝା କରିବା ସହ ତାଙ୍କ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ। ଯଦି ତାଙ୍କୁ ନ୍ୟାୟ ନ ମିଳେ ସେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
Related Stories
November 23, 2024