କାଠମାଣ୍ଡୁ– ନେପାଳର ତରାଇ ମଧେଶ ଜିଲ୍ଲା ସମେତ କାଠମାଣ୍ଡୁ, ପୋଖରା, ହେଟୌଡା, ଚିତବନ ସହିତ ସମସ୍ତ ପ୍ରମୁଖ ସହରରେ ସୂର୍ଯ୍ୟ ଉପାସନାର ମହାପର୍ବ ଛଠ ପର୍ବ ବେଶ୍ ଧୁମଧାମ୍ ରେ ପାଳିତ ହୋଇଯାଇଛି ।
ଏହି ଅବସରରେ ରାଷ୍ଟ୍ରପତି ଛଠ ଘାଟରେ ପହଂଚି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ପଶିପତିନାଥ ମନ୍ଦିର ପଛପାର୍ଶ୍ବରେ ରହିଥିବା ବାଗମତି ନଦୀ କୂଳରେ ତିଆରି ହୋଇଥିବା ଛଠ ଘାଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଅନ୍ୟ କେତେକ ରାଜନୈତିକ ଦଳର ପ୍ରମୁଖ ନେତା ସେଠାରେ ଉପସ୍ଥିତ ଥିଲେ ।