ଭୁବନେଶ୍ୱର– ଲକ୍ଷ୍ମୀ ବସ୍ ଯୋଜନା ଓ ମୋ ବସ୍ କୁ ବିରୋଧ କରି ଆସନ୍ତି ୨୨ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ କରିବ ଘରୋଇ ବସ୍ ମାଲିକ ସଂଘ । ଅନ୍ୟପକ୍ଷରେ ୨୨ ତାରିଖର ଲହି ପ୍ରତିବାଦକୁ ସମ୍ମତି ଜଣାଇଛି କଟକ ଘରୋଇ ବସ୍ ମାଲିକ ସଂଘ । ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି କଟକ ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ନେଇଛି ।
ସୂଚନାଯୋଗ୍ୟ ଯେ ଗତ ୮ ତାରିଖରେ ଅନୁଷ୍ଠିତ ଘରୋଇ ବସ୍ ମାଲିକ ସଂଘର ବୈଠକରେ ୨୨ ତାରିଖରେ ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତି ହୋଇଥିଲା । ଏହାସହ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ଏହାସତ୍ୱେ ଦାବି ପୂରଣ ନହେଲେ ଡିସେମ୍ବର ୧ ତାରିଖରୁ ଧର୍ମଘଟ କରିବାକୁ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ ।