
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ଅଗ୍ରଣୀ ସାହିତ୍ୟ ପତ୍ରିକା ‘ମହୁରି’ର ଦ୍ୱାଦଶ ବାର୍ଷିକୋତ୍ସବ ‘ମହୁରି ମହୋତ୍ସବ’ ଭୁବନେଶ୍ୱର ସ୍ଥିତ ହୋଟେଲ୍ ସେଣ୍ଡିସ୍ ଟାଓ୍ଵାର୍ ଠାରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ସୁଜିତ୍ କୁମାର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ଅନୁବାଦିକା ପ୍ରବାସିନୀ ମହାକୁଡ଼, ବିଶିଷ୍ଟ ଲେଖିକା ଅପର୍ଣ୍ଣା ମହାନ୍ତି ଓ ‘ମହୁରି’ର ସଂପାଦକ ସୁକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଯୁବ ଲେଖକ ସୁଶୀଳ କୁମାର ବାଗ୍ ମଂଚ ସଂଚାଳନ କରିଥିଲେ । ‘ମହୁରି’ର ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ କଥିତ ଭାଷାକୁ କାବ୍ୟ ଭାଷାରେ ରୂପାନ୍ତରିତ କରୁଥିବା ବିଶିଷ୍ଟ କବି ତଥା ‘ସମୟର ଆକାଂକ୍ଷା’ର ମୁଖ୍ୟ ସଂପାଦକ କବି ସୁରେଶ ନାୟକଙ୍କୁ ମହୁରି ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ‘ମହୁରି’ର ସହ-ସଂପାଦକ ସୁଶୀଲ କୁମାର ବାଗ । ପରେ ପରେ ଆୟୋଜିତ କବିତା ପାଠୋତ୍ସବରେ ସୁଖ୍ୟାତ କବି ସୌଭାଗ୍ୟ କୁମାର ମିଶ୍ର ଏକକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ କବି ତଥା କଥାକାର ସରୋଜ ବଳ ସଂଯୋଜନା ଏବଂ ଯୁବ ଲେଖକ ଡିଲେଶ୍ୱର ରଣା ସହଯୋଗ କରିଥିଲେ। କବି ଭାରତ ମାଝୀ, ସ୍ୱପ୍ନା ମିଶ୍ର, ପବିତ୍ରମୋହନ ଦାଶ, ସୁରେଶ ସାଗର, ଶ୍ୱେତା ରାଉତ, ଗାରିମା ନାଥ, ମାନମୟୀ ରଥ, ଲକ୍ଷ୍ମୀନାରାୟଣ ହୋତା, ଚାଇଁଆ ମୁରୁଖ, ବାଦଲ ମହାନ୍ତି, ଶକ୍ତି ମହାନ୍ତି, କେଦାର ମିଶ୍ର ପ୍ରମୁଖ କବିମାନେ କବିତା ପାଠ କରିଥିଲେ। ଲେଖକ ସକିତ ରତେ, ପରେଶ କୁମାର ପଟ୍ଟନାୟକ, କ୍ଷୀରୋଦ ପରିଡ଼ା, ଅଞ୍ଜୁମନ୍ ଆରା, ରଜତ ରଶ୍ମୀ ସ୍ୱାଇଁ, ସରୋଜ, ସୁନନ୍ଦା ପ୍ରଧାନ, ଲକ୍ଷ୍ମୀକାନ୍ତ ବାଗ, ସଚିନ୍ ଜୈନ, ପବିତ୍ରମୋହନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।