ନୂଆଦିଲ୍ଲୀ, ରାଜ୍ୟପାଳଙ୍କ ନିକଟରେ 10 ବିଧେୟକ ପଡିରହିବା ମାମଲାରେ ତାମିଲନାଡୁ ସରକାର ଦାୟର କରିଥିବା ପିଟିସନ ଉପରେ ଡିସେମ୍ବର 1ତାରିଖରେ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟପାଳ ଏହି ବିଧେୟକକୁ ସରକାରଙ୍କ ନିକଟକୁ ଫେରାଇ ଦେଇଥିଲେ । ଏହାପରେ ତାମିଲନାଡୁ ବିଧାନସଭାରେ ନଭେମ୍ବର 18ରେ ଏହାକୁ ଦ୍ୱିତୀୟ ଥର ପାରିତ କରାଯାଇଥିଲା । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ରାଜ୍ୟପାଳଙ୍କ ଏହି ବିଚାର ଉପରେ ନିଷ୍ପତ୍ତି ନେବାକୁ ସମୟ ଦେଇଛନ୍ତି ।
ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଯେତେବେଳେ ସୁପ୍ରିମକୋର୍ଟ ନୋଟିସ ଜାରି କଲେ ସେତେବେଳେ ରାଜ୍ୟପାଳ ନଭେମ୍ବର 13ରେ ଏହାକୁ ଫେରାଇଥିଲେ । ଏହି ବିଧେୟକ 2020ରୁ ପଡିରହିଥିଲା । ସୁପ୍ରିମକୋର୍ଟ ଆସିବାକୁ କାହିଁକି ଅପେକ୍ଷା କରିଥିଲେ ରାଜ୍ୟପାଳ । ଏହି ସମୟରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, ବିଧେୟକରେ ରାଜ୍ୟର ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟପାଳଙ୍କ ଶକ୍ତିକୁ ପ୍ରତ୍ୟାହୃତ କରିବାକୁ ନେଇ ବିବାଦ ରହିଥିଲା ।