-
କେନ୍ଦ୍ର ସରକାର ଓ ରାଜ୍ୟପାଳ କାର୍ଯ୍ୟାଳୟକୁ ନୋଟିସ
ନୂଆଦିଲ୍ଲୀ, ବିଧେୟକଙ୍କୁ ମଞ୍ଜୁରୀ ଦେବାରେ ରାଜ୍ୟପାଳ ଜାଣିଶୁଣି ବିଳମ୍ବ କରିବା ଘଟଣାରେ କେରଳ ସରକାର ଦାୟର କରିଥିବା ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ କେରଳ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି । ନଭେମ୍ବର 24ରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କେରବଳ ସରକାର ରାଜ୍ୟପାଳଙ୍କ ବିରୁଦ୍ଧରେ ଦୁଇଟି ପିଟିସନ ଦାୟର କରିଛନ୍ତି । ପ୍ରଥମ ପିଟିସନରେ କେରଳ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେରଳ ସରକାର, ଯେଉଁଥିରେ ଜଣେ ଓକିଲଙ୍କ ପକ୍ଷରୁ ରାଜ୍ୟପାଳ ଜାଣିଶୁଣି ମଞ୍ଜୁରୀ ଦେବାରେ ବିଳମ୍ବ କରୁଥିବା ପିଟିସନକୁ ଖାରଜ କରାଯାଇଛି । 2022 ନଭେମ୍ବର 30ରେ କେରଳ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ଏହି ପିଟିସନ ଦାୟର ହୋଇଛି ।
ଦ୍ୱିତୀୟ ପିଟିସନରେ ରାଜ୍ୟପାଳ ବିଳମ୍ବ ନକରି ପଡିରହିଥିବା ବିଲକୁ ନିସ୍ତାରଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି କେରଳ ସରକାର, ଯାହାଦ୍ୱାରା ରାଜ୍ୟପାଳ ଉଚିତ ସମୟ ସୀମା ମଧ୍ୟରେ ପଡିରହିଥିବା ବିଲକୁ ସାରିବାକୁ ବାଧ୍ୟ ହେବେ ।