
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ସ୍ୱର୍ଗଦ୍ୱାର ବ୍ୟବସାୟୀ ସଂଘ ର ମା କାଳୀ ଙ୍କ ପୂଜା ଉତ୍ସବ ର ଅନ୍ତିମ ତଥା ଉଦଯାପନୀ ଉତ୍ସବ ଥିଲା l ଏକ ଆଧ୍ୟାତ୍ମିକ ପରିବେଶ ରେ ମାଙ୍କ ପ୍ରତିମୂର୍ତ୍ତି କୁ ଭସାଣି ନିମନ୍ତେ ବାଲିସାହି ଓ ଶ୍ରୀମନ୍ଦିର ଦେଇ ସମୁଦ୍ର ରେ ବିସର୍ଜନ କରାଯାଇଥିଲା l ସନ୍ଧ୍ୟା ରେ ବାଲିସାହି ସ୍ଥିତ ହିଞ୍ଜଳ ଜାଗା କଲ୍ୟାଣ ମଣ୍ଡପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା l ସାତ ଦିନ ଧରି ସନ୍ଧ୍ୟା ସମୟରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା lଉକ୍ତ ଉତ୍ସବ ରେ ପୁରୀ ର ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ l ଉକ୍ତ ଉତ୍ସବ ରେ ସଂଘ ର ପୂର୍ବତନ ସଭାପତି ସ୍ବର୍ଗତ ନାରାୟଣ ସାହୁ ଙ୍କୁ ସ୍ୱର୍ଗଦ୍ୱାର ବ୍ୟବସାୟୀ ସଂଘ ତରଫରୁ ସ୍ୱର୍ଗଦ୍ୱାର ଶ୍ରୀ ସମ୍ମାନ ରେ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ସମ୍ମାନ ତାଙ୍କ ପରିବାର ତରଫରୁ ତାଙ୍କ ସୁପୁତ୍ର ସୁନୀଲ କୁମାର ସାହୁ ଓ ଅନିଲ କୁମାର ସାହୁ ଗ୍ରହଣ କରିଥିଲେ l ତତପରେ ଅନୁଷ୍ଠାନ ର ବରିଷ୍ଠ କର୍ମକର୍ତା ଓ ଅନ୍ୟମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ସଭା କାର୍ଯ୍ୟ ପରେ କଟକ ର ପ୍ରସିଦ୍ଧ୍ ସରଗମ ଅରଚେଷ୍ଟ୍ର ତରଫରୁ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭାପତି ଶ୍ରୀ ନୃସିଂହ ପ୍ରସାଦ ସାହୁ ଓ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପୃଷ୍ଟି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠାନ ର କର୍ମକର୍ତା ସର୍ବେଶ୍ୱର ପ୍ରଧାନ, ଆଶୁତୋଷ ସାହୁ, ଶ୍ୟାମସୁନ୍ଦର ସାହୁ,ଶ୍ରୀକାନ୍ତ ବେହେରା, କାଶୀନାଥ ସାହୁ, ଅସୀମ କୁମାର ଘୋଷ, ଦେବକୁମାର ମଲ୍କିକ, ମନୋଜ କୁମାର ସାହୁ, ଜଗଦୀଶ ପ୍ରଧାନ, ଭଗବାନ ସାହୁ, ବ୍ରଜକିଶୋର ସାହୁ, ଦିପକ କୁମାର ସାହୁ, ଭଗବାନ ପାଢ଼ୀ, ଦେବାଶିଷ ମଲ୍ଲିକ, ଶିରୀଶ କୁମାର ଷେଣ୍ଢ, ପ୍ରଶାନ୍ତ କୁମାର ମହାନ୍ତି, ଗୋବିନ୍ଦ ପାତ୍ର, ସୁରଜ କୁମାର ପାତ୍ର, ଅଭିଜିତ ଦାଶ, ରବୀନ୍ଦ୍ର କୁମାର ସାହୁ, ରମେଶ ସାହୁ, ରାଜେଶ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମଙ୍କୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେl