ନୂଆଦିଲ୍ଲୀ,ଆଇସିସି ପୁରୁଷ କ୍ରିକେଟ ୱାର୍ଲ୍ଡକପ 2023ର ଫାଇନାଲ ମ୍ୟାଚ ଆଜି ଦ୍ୱିପ୍ରହର ସମୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଠାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ବିସିସିଆଇ ଓ ଆଇସିସି ପକ୍ଷରୁ ଏହି ମେଗା ଫାଇନାଲ ମ୍ୟାଚ ଦେଖିବାକୁ ଆସୁଥିବା ଅତିଥି ଓ ଦର୍ଶକଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଏହି ଅବସରରେ ବାୟୁସେନା ପକ୍ଷରୁ ଆୟୋଜିତ ହେବ ଏୟାର ସୋ । ସମାରୋହର ପ୍ରଥମ ଭାଗରେ ଟସ୍ ପରେ ଭାରତୀୟ ବା୍ରୁସେନାର ସୂର୍ଯ୍ୟକିରଣ ଏୟାର ସୋ ଦ୍ୱିପ୍ରହର 1.30ରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ 15-20 ମିନିଟ୍ ଧରି ଚାଲିବାର ସମ୍ଭାବନା ରହିଛି ।
ପ୍ରଥମ ଭାଗର ଡ୍ରିଙ୍କସ ବ୍ରେକ ସମୟରେ ଗୋଟିଲୋ ଗାୟକ ଆଦିତ୍ୟ ଗଢଭି ଗୀତ ଗାଇବେ । ଏହାପରେ ଜୋନିତା ଗାନ୍ଧି, ନକାଶ ଅଜିଜ, ଅମିତ ମିଶ୍ରା, ଅକାସା ସିଂହ, ତୁଷାର ଜୋଷୀଙ୍କ ସମେତ ବହୁ ବଡବଡ ଗାୟକ ଗୀତ ପରିବେଷଣ କରିବେ ।
ମଧ୍ୟଭାଗର ବ୍ରେକ ସମୟରେ ପ୍ରୀତମ ଓ ଗାୟକ ସମୂହ ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଫ୍ଲୋଟ୍ ଯାନରେ ପ୍ରଦର୍ଶନ କରିବେ । ଯାହାକି ପିଚର ଚାରିପଟେ ସର୍କିଟ ବନାଇବ । 5ଶହ ନୃତ୍ୟଶିଳ୍ପୀ ବିଭିନ୍ନ ଆକୃତିର ନିର୍ମାଣ କରିବେ ।
ମ୍ୟାଚର ଶେଷରେ ଲେଜର ଶୋ ଆୟୋଜିତ ହେବ । ଏହା ନିଶ୍ଚିତ ଭାବେ ଏକ ଅବିସ୍ମରଣୀୟ ସନ୍ଧ୍ୟା ହେବ । ତେବେ ରୋହିତଙ୍କ ଟିମ୍ ଏହାକୁ ସର୍ବଶ୍ରେଷ୍ଠ ସନ୍ଧ୍ୟା କରିପାରୁଛନ୍ତି କି ନାହିଁ ତାହା ସମୟ ହିଁ କହିବ ।