
ଅହମଦାବାଦ, ୱାର୍ଲ୍ଡକପ ଫାଇନାଲ ମ୍ୟାଚ ରୋକିବାକୁ ଧମକ । କାନାଡାରେ ଥିବା ସ୍ୱୟମ୍ଭୁ ଖଲିସ୍ଥାନ ଆନ୍ଦୋଳନର ନେତା ଗୁରପତବନ୍ତ ସିଂହ ପତ୍ରୁ ଏକ ଭିଡିଓ ଜାରି କରି ଧମକ ଦେଇଛି । ଅହମଦାବାଦରେ ଆଜି ହେବାକୁ ଥିବା ମ୍ୟାଚକୁ ରୋକିବାକୁ ଧମକ ଦେଇଛି ପତ୍ରୁ ।
ସରକାର ପତ୍ରୁର ଧମକକୁ ଗୁରୁତର ସହ ଗ୍ରହଣ କରିନଥାନ୍ତି । ସମାଜ ମଧ୍ୟ ପତ୍ରୁକୁ ଭରସା କରିନଥାଏ ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମ୍ୟାଚ ଦେଖିବାକୁ ଆସିପାରନ୍ତି । ଏଥିପାଇଁ ସୁରକ୍ଷା ଏଜେନ୍ସି ସଜାଗ ରହିଛନ୍ତି ।