ଜୟପୁର- ନୂଆବର୍ଷ ଆରମ୍ଭ ତଥା ଜାନୁଆରି ୧ ତାରିଖରୁ ଜିଲା ସ୍ୱାସ୍ଥ୍ୟ ସମିତି, ରୋଗି କଲ୍ୟାଣ ସମିତିର କର୍ମଚାରୀ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଏନେଇ ଜିଲାପାଳଙ୍କୁ କର୍ମଚାରୀଙ୍କ ତରଫରୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।
ଉକ୍ତ ପତ୍ର ରେ ଜିଲା ସ୍ୱାସ୍ଥ୍ୟ ସମିତି, ରୋଗି କଲ୍ୟାଣ ସମିତିର କର୍ମଚାରୀ ଓ ଛଟେଇ କର୍ମଚାରିଙ୍କୁ ୩୧ା୧୨ା୧୯ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ଶ୍ରେଣୀରେ ଖାଲି ପଡିଥିବା ପଦବୀରେ ଥଇଥାନ କରି ସ୍ଥାୟୀ କର୍ମଚାରି ଭାବେ ନିଯୁକ୍ତି କରାନଗଲେ ଆସନ୍ତା ୧ ତାରିଖ ଠାରୁ ଜିଲାର ସମୁହ ଜେଡସେସ/ଆରକେଏସ କର୍ମଚାରି ଆହୋରାତ୍ର ଧାରଣାରେ ବସିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତିତ ଜିଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଉପଖଣ୍ଡ ଚିକିତ୍ସାଳୟରେ ୧୨ ବର୍ଷରୁ ଅଧିକ ହେବ ସୁଚାରୁ ରୁପେ କାର୍ଯ୍ୟ କରି ଆସୁଛନ୍ତି ଏମାନେ । କିନ୍ତୁ, ବର୍ତମାନ ସମୟରେ କେତେକ ସ୍ଥାନରେ କ୍ରମଶଃ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଛଟେଇ କରାଯିବା ଫଳରେ ଘୋର ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଯାପନ କରୁଥିବା ଯାହାଫଳରେ ପରିବାର ପ୍ରତିପୋଷଣରେ ଅସୁବିଧା ସୃଷ୍ଟି ହେଉଥିବା ମଧ୍ୟ ଉଲ୍ଲେଖ ରହିଛି । କାର୍ଯ୍ୟରତ କର୍ମଚାରୀ ମାନଙ୍କ ବୟସ ସୀମା ଉଦ୍ଧ୍ୱର୍ ହୋଇଯାଇଥିବା ଯୋଗୁଁ ଅନ୍ୟ କୌଣସି କାର୍ଯ୍ୟାଳୟରେ ନିଯୁକ୍ତି ପାଇବା ଆସମ୍ଭବ ହୋଇଯାଇଛି । ଯାହାଫଳରେ ସେମାନେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଦିନ କାଟୁଛନ୍ତି । ତେଣୁ, ଆଗାମି ଦିନରେ ଯଦି ସେମାନଙ୍କୁ ଉପଯୁକ୍ତ ଥଇଥାନ କରାନଯାଏ ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆହୋରାତ୍ର ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।
ଏହି ପତ୍ରର ନକଲ ଜିଲା ଚିକିତ୍ସାଳୟ ଅଧ୍ୟକ୍ଷ, ଜିଲା ମୁଖ୍ୟ ଚିକିତ୍ସାଧିକାରିଙ୍କୁ ପ୍ରେରେଣ କରାଯାଇଥିବା କର୍ମଚାରି ମାନେ ପ୍ରକାଶ କରିଛନ୍ତି ।
Related Stories
December 21, 2024