ଭୁବନେଶ୍ୱର – ରାଜଧାନୀରେ ଥିବା ରାମ ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତର ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ଏହା କରାଯାଇଛି । ସୂଚନାଯୋଗ୍ୟ ଯେ, ଏହାର ଦାୟିତ୍ୱ ଟ୍ରଷ୍ଟ ପରିଚାଳନା କରୁଥିଲା । ହାଇକୋର୍ଟର ନିର୍ଦ୍ଦେଶରେ ଏକ ୪ ଜଣିଆ ଟିମ୍ ଅନୁଧ୍ୟାନ କରିବା ପରେ ଏହି ଦାୟିତ୍ୱ ହସ୍ତାନ୍ତର ହୋଇଛି । ନିର୍ବାହୀ ଅଧିକାରୀ ଭାବେ ବିମଳ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।
Related Stories
November 23, 2024