କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରରେ ତ୍ରୀ ଦିବସୀୟ ଲକ୍ଷ୍ମୀ ପୁରାଣ ବିଶ୍ୱ ସମ୍ମିଳନୀ ଉଦଘାଟିତ ହୋଇଯାଇଛି |କେନ୍ଦ୍ର ଶିକ୍ଷା ତଥା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମ୍ମିଳନୀ ଉଦଘାଟନ କରିଥିଲେ |ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ଉର୍ନ୍ନତି କରଣ ପାଇଁ 100 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ |ଏଥି ସହିତ ବଳରାମ ଦାସ ରଚୟିତ ଲକ୍ଷ୍ମୀ ପୁରାଣ ର ସଂସ୍କୃତ ଅନୁବାଦ ଲକ୍ଷ୍ମୀ ପୁରାଣ ଉନ୍ମୋଚନ କରିଥିଲେ |ଏହି ଉନ୍ମୋଚନ ଉତ୍ସବରେସ୍ୱାଗତ ଭାଷଣ ଦେଇଥିଲେ ବିଶ୍ୱ ବିଦ୍ୟାଳୟ ର କୁଳପତି ଶ୍ରୀନିବାସ ବଡଖଡି |ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ଡଃ ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଭାରତୀୟ ଭାଷା ସଂସ୍କୃତି ଅଧ୍ୟକ୍ଷ ପଦ୍ମଶ୍ରୀ ଚମ୍ପୁ କୃଷ୍ଣ ଶାସ୍ତ୍ରୀ,ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ ପ୍ରମୁଖ ମଂଚାସୀନ ଥିଲେ |ଲକ୍ଷ୍ମୀ ପୁରାଣ ର ସଂସ୍କୃତ ଅନୁବାଦକ ପ୍ରଫେସର ହରେକୃଷ୍ଣ ଶତପଥି ବିସ୍ତୃତ ବର୍ଣ୍ଣନା କରିଥିଲେ |ପରିଚାଳନା ରେ ପ୍ରଫେସର ଅତୁଲ କୁମାର ନନ୍ଦ ସହଯୋଗ କରିଥିଲେ |