କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ପୁରୀ ଶ୍ରୀମନ୍ଦିର ରେ ପହଞ୍ଚି ଶ୍ରୀଜୀଉ ଙ୍କୁ ଦର୍ଶନ କରିଥିଲେ |ଶ୍ରୀମନ୍ଦିର ରୁ ବାହାରି ଗଣମାଧ୍ୟମ କୁ ସାକ୍ଷାତ କାରରେ କହିଥିଲେ ଯେ ସାମାଜିକ ସଂସ୍କାର, ତଥା ପ୍ରଗତି ମହାକାବ୍ୟ ଲକ୍ଷ୍ମୀ ପୁରାଣର ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଛି |ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କଲି |ହାଇକୋର୍ଟ ଙ୍କ ନିର୍ଦେଶ ବଳରେ ଆରମ୍ଭ ହୋଇଥିବା ନାଟ ମଣ୍ଡପର ମରାମତି କାର୍ଯ୍ୟ ଦେଖିବାର ଅବସର ମିଳିଲା |ଶ୍ରୀମନ୍ଦିର କମାଣ୍ଡର, ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ |ଶ୍ରୀମନ୍ଦିର ଚତୁର୍ପାଶ୍ୱ ନବକଳେବର କାର୍ଯ୍ୟ ସହିତ ମଠ, ମନ୍ଦିର ଏବଂ ଏବଂ ଐତିହାସିକ ସ୍ମରଣୀୟ ସ୍ଥାନ ତଥା ମଙ୍ଗୁ ମଠ ପ୍ରଭୁତି ସେହି ହିସାବରେ ପୁନଃଉଧାର ହେବାର ଆବଶ୍ୟକତା ରହିଛି |ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ |ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲାଯାଉ ବୋଲି ମତ ପ୍ରକାଶ କରିଥିଲେ |ଶ୍ରୀଜୀଉଙ୍କ ଦର୍ଶନ ସମୟରେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ଡଃ ସମ୍ବିତ ପାତ୍ର, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ, ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ |ଏହାପରେ ସମସ୍ତେ ବାଲିସାହି ସ୍ଥିତ ମା ଦକ୍ଷିଣକାଳୀଙ୍କ ଦର୍ଶନ କରିଥିଲେ |