କୋଲକାତା, ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବିଜେପି ପାଇଁ ବହୁତ ଖାସ୍ । ଚଳିତ ବର୍ଷ ଶେଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର 29ରେ ପଶ୍ଚିମବଙ୍ଗ ଗସ୍ତ କରିପାରନ୍ତି ଅମିତ ଶାହ । ରାଜ୍ୟର ବରିଷ୍ଠ ବିଜେପି ନେତାଙ୍କ ସୂଚନା ମୁତାବକ, ଶୁକ୍ରବାର ରାଜ୍ୟ ସଭାପତି ସୁକାନ୍ତ ମଜମୁଦାର ଦିଲ୍ଲୀ ଯାଇଥିଲେ । ସାଠାରେ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଧର୍ମତଲ୍ଲାର ବ୍ରିଗେଡ ପରେଡ ମୈଦାନରେ ନଭେମ୍ବର 29ରେ ବିଜେପିର ବିଶାଳ ଜନସଭା ହେବାକୁ ଥିବା ବେଳେ ଏଠାରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରାଯାଇଛି ।