ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ୫ଟି ବିଭାଗରେ ପିଜି ରହିଛି । ୩ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଏହି ମହାବିଦ୍ୟାଳୟରେ ଆବଶ୍ୟକ ରହିଛି ୫୩ ଜଣ ଅଧ୍ୟାପକ ଅଛନ୍ତି । ମାତ୍ର ୨୦ରୁ ୨୧ ଜଣ ଅଧ୍ୟାପକ, ୩୨ ଅଧ୍ୟାପକ ପଦବୀ ଖାଲି । ସେହିପରି ୭୧ ଜଣ କର୍ମଚାରୀ ରହିବା କଥା; ହେଲେ ଅଛନ୍ତି ମାତ୍ର ୨୦ ଜଣ, ୫୧ ଜଣ କର୍ମଚାରୀ ପଦବୀ ଖାଲିପଡିଛି । ଭୁଗୋଳ, ଜୀବବିଜ୍ଞାନ, ପରିବେଶ ବିଜ୍ଞାନ, ପ୍ରାଣୀ ବିଜ୍ଞାନରେ ଜଣେ ବି ଅଧ୍ୟାପକ ନାହାଁନ୍ତି । ୭ଟି ଡେମନଷ୍ଟ୍ରେଟର ପଦବୀ ଖାଲି । ଲାଇବ୍ରେରିଆନ ପଦବୀ ଖାଲି । ଫଳରେ ଠିକ୍ ସମୟରେ ଲାଇବ୍ରେରୀ ଖୋଲୁନି କି ପିଲାଙ୍କୁ ଆବଶ୍ୟକ ଅନୁଯାୟୀ ବହିପତ୍ର ମିଳୁନି । ଶିକ୍ଷାମନ୍ତ୍ରୀ, ସଚିବଙ୍କୁ ସମସ୍ୟା ବାବଦରେ ବହୁବାର ଜଣାଇଲେ ବି ଫଳ ଶୁନ୍ । ଅଧ୍ୟାପକ ନଥିବାରୁ ପାଠପଢା ବ୍ୟାହତ ହେଉଥିବା କଥା ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ରଂଜନ ମହାଲିକ ସ୍ୱୀକାର କରିଛନ୍ତି । ଗେଷ୍ଟ ଲେକଚର୍ ଦ୍ୱାରା କାମ ଚଳାଯାଉଛି ବୋଲି ସେ ଆହୁରି କହିଥିଲେ । ସରକାର ଖାଲିପଡିଥିବା ସମସ୍ତ ପଦବୀ ଗୁଡିକ ପୂରଣ କଲେ ମହାବିଦ୍ୟାଳୟରେ ପାଠପଢା ଭଲ ହେବ ଆଉ ରେଜଲ୍ଟ ମଧ୍ୟ ଭଲ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମହାଲିକ କହିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଖାଲିପଡିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀ ଗୁଡିକ ଶିଘ୍ର ପୂରଣ କରିବାକୁ ଛାତ୍ରଛାତ୍ରୀ ଅଭିଭାବକ ମାନେ ଦାବୀ କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ।
Related Stories
December 21, 2024