ଭବାନୀପାଟଣା, ଭବାନୀପାଟଣା ଟାଉନ ହଲ ଠାରେ ୭୦ତମ ନିଖିଳ ଭାରତ ସମବାୟ ସପ୍ତାହ- ୨୦୨୩ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ବେହେରାଙ୍କ ପୌରହିତରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ , ଅଧ୍ୟକ୍ଷ ଜିଲ୍ଲା ପରିଷଦ କଳାହାଣ୍ଡି ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବିଧାୟକ ଲାଞ୍ଜିଗଡ଼ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ , ବିଧାୟକ ଧର୍ମଗଡ଼ ମୌସଦ୍ଧି ବାଗ , ଅଧ୍ୟକ୍ଷା ଭବାନୀପାଟଣା ପୌର ପାଳିକା ଶ୍ରୀମତୀ ସଂଯୁକ୍ତା ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ କରିବା ସହ ଚାଷୀ ମାନଙ୍କୁ ଋଣ ଓ ଅନ୍ୟ ସହାୟତା,ସମୃଦ୍ଧି ପାଇଁ ମତ ରଖିଥିଲେ ।
ଏହି ସଭାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଧେଶକବୃନ୍ଦ ତଥା ପାକ୍ସ ଓ ଲାମ୍ପ୍ପର ସଭାପତି ଓ ନିର୍ଦ୍ଦେଶକ ଅଂଶଗ୍ରହଣ କରିଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡି, ଗଣମାଧ୍ୟମ ପ୍ରତିନିଧି, ସମବାୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଓ ବୁଦ୍ଧିଜୀବୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।
ଶ୍ରୀଯୁକ୍ତ ରୂପ କେଶରୀ ଦଳାଇ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଭବନାଥ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର, ସମବାୟ ବ୍ୟାଙ୍କ ଓ ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଓ କେସିଙ୍ଗାର କର୍ମଚାରୀ ମାନେ ସହଯୋଗ କରିଥିଲେ । ସଭା ପରିଚାଳନା ସହଯୋଗରେ ସମବାୟ ବ୍ୟାଙ୍କର ଶ୍ରୀ ସୁରେଶ ଶତପଥି ଓ ଶ୍ରୀ ଚକ୍ରଧର ଦାଶ ଓ ଆର ଏମସିର କୁନୁ ପାଢୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।