
କାଙ୍କେର/ରାୟପୁର, ଛତିଶଗଡର କାଙ୍କେର ଜିଲ୍ଲାରେ ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନକ୍ସଲମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଗାଁଠାରୁ କିଛି ଦୂରରେ ନେଲଗୋଣ୍ଡା ରୋଡରେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ନକ୍ସଲମାନେ ପ୍ରଥମେ ଯୁବକଙ୍କୁ ଅପହରଣ କରିନେଇଥିଲେ, ଏହାପରେ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ପୂରା ମାମଲାର ଯାଞ୍ଚ କରୁଛି ।
ଅନ୍ୟପଟେ କାଙ୍କେରର ଛୋଟେବେଟିୟା ଥାନା ଅଞ୍ଚଳରେ ଥିବା ଅଚିନପୁର ଗାଁରେ ଗତକାଲି ରାତିରେ ନକ୍ସଲମାନେ ଏକ ମୋବାଇଲ୍ ଟାୱାର ଓ ଜେନେରାଟର ଜାଳି ଦେଇଛନ୍ତି ।