ଜୟପୁର, ୭୦ତମ ଭାରତୀୟ ସମବାୟ ସପ୍ତାହ ଉପଲକ୍ଷେ ଜିଲାସ୍ତରୀୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇଥିବା ବେଳେ କେସିସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଜିଲା ପ୍ରଶାସନ କୋରାପୁଟ ଓ ସମବାୟ ବିଭାଜନ ଜୟପୁର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କେସିସି ବ୍ୟାଙ୍କ ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଡିଆରସିଏସ ଜୟପୁର ଡିଭିଜିନର ଭିମସେନ ସାହୁ ଉପସ୍ଥିତ ରହି ପତକା ଦେଖାଇ ଗଣ ଦୌଡକୁ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଅଭୟ କୁମାର ଲେଙ୍କା,ବ୍ୟାଙ୍କ ନିର୍ଦ୍ଦେଶକ ରମାକାନ୍ତ ରାଉଳ, ପୌର କାର୍ଯ୍ୟନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ରଥ , ବ୍ୟାଙ୍କର ଅରୁଣ କୁମାର ସାହୁ, ଅତୁଲ୍ୟ କୁମାର ମଲ୍ଲିକ, ଗୋଲକ ବିହାରି ପାଇକରାୟ, ମନୋଜ କୁମାର ଦାସ,ବିଦ୍ୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।