ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସମ୍ପାରୁ ଠାରେ ଧର୍ମଶାଳା ବିକାଶ ପରିଷଦ ପକ୍ଷରୁ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିକାଶ ପରିଷଦର ସଭ୍ୟ ରଂଜନ କୁମାର ଓଝାଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥିଭାବେ ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ କୁମାର ସାହୁ, ସମ୍ମାନୀତ ଅତିଥିଭାବେ ପୂର୍ବତନ ସରପଂଚ ତଥା ଯାଦବ ମହାସଂଘ ସଭାପତି ଉତମ ଦାସ ଓ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ମାନସ ରଂଜନ ଜେନା ଯୋଗ ଦେଇଥିଲେ । ଧର୍ମଶାଳା ଅଂଚଳରେ ଅନେକ ଖଣି ଖାଦାନ ରହିଛି । ଏଠାରେ ନିଜ ଅଂଚଳର ଶ୍ରମିକମାନେ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଶ୍ରମିକମାନେ ଏକତ୍ରିତ ହେବା ସହ ଶ୍ରମିକମାନଙ୍କ ନାର୍ଯ୍ୟ ଦାବି ହାସଲ ପାଇଁ ସଂଗଠନ ସ୍ଵର ଉତୋଳନ ଜାରି ରଖିବ, ଶ୍ରମିକମାନଙ୍କ ସମସ୍ୟା ଗୁଡିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ବୋଲି ଏହି ସମାବେଶରେ ନିସ୍ପତି ନିଆଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଡ୍ରାଇଭର ସଂଘର ବରିଷ୍ଠ କର୍ମକର୍ତା, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଶତାଧିକ ପୁରୁଷ ମହିଳା ଶ୍ରମିକମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଏକ ବାଇକ୍ ଶୋଭାଯାତ୍ରାରେ କର୍ମୀମାନେ ବାହାରି ସଭା ସ୍ଥଳରେ ପଂହଚିଥିଲେ ।