
ଗଞାମ– ଗୋପାଳପୁର ଥାନା ଅଂଚଳରେ ସୁନନ୍ତ ପ୍ରଧାନ ନାମକ ଜଣେ ଯୁବକ ସେହି ଅଂଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ନେଇଯାଇଥିଲା। ବହୁ ଖୋଜାଖୋଜି ପରେ ଝିଅର ସନ୍ଧାନ ନପାଇ ଝିଅର ମାଆ ଗୋପାଳପୁର ଥାନାରେ ଅଭିଯୋଗ କରିବା ଫଳରେ ପୁଲିସ୍ ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି । ଏ ସଂପର୍କରେ ଥାନାରେ ୧୬୭୵୨୩ରେଏକ ମାମଲା ରୁଜ୍ଜୁ ହୋଇଛି ।