ମିଳିତ ଜାତିସଂଘ,ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରଥମ ଥର ମାନବୀୟ ସହାୟତା ପହଞ୍ଚାଇବା ପାଇଁ ସାମୟିକ ଯୁଦ୍ଧ ବିରାମ ପ୍ରସ୍ତାବ ପାରିତ କରିଛି । ତେବେ ଇସ୍ରାଏଲ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛି ।
ଇସ୍ରାଏଲ କହିଛି ବନ୍ଧକଙ୍କୁ ଛାଡିବା ବିନା ହମାସକୁ ଆକ୍ରମଣରୁ କୌଣସି ରିହାତି ମିଳିବ ନାହିଁ । ଗାଜାରେ ଆବଶ୍ୟକୀୟ ସାମଗ୍ରୀର କୌଣସି ନିଅଣ୍ଟ ନଥିବା ଇସ୍ରାଏଲ କହିଛି । ପ୍ରସ୍ତାବରେ କୁହାଯାଇଛି ଯେ, ଇସ୍ରାଏଲ ସେନାର ଘେରାବନ୍ଦୀ ଓ ଆକ୍ରମଣ ଯୋଗୁ ଗାଜାରେ 23ଲକ୍ଷ ଲୋକେ ଜରୁରୀ ସାମଗ୍ରୀ ପାଇପାରୁନାହାନ୍ତି । ଏଥିପାଇଁ ଯୁଦ୍ଧ ବିରାମ ଲାଗୁ କରି ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ସୁନଶ୍ଚିତ କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ପ୍ରସ୍ତାବରେ କୁହାଯାଇଛି । ଏହି ପ୍ରସ୍ତାବକୁ 15 ସଦସ୍ୟ ଦେଶରୁ 12ଜଣ ସମର୍ଥନରେ ଭୋଟ ଦେଇଛନ୍ତି । ଆମେରିକା, ଋଷ, ବ୍ରିଟେନ ଏହି ମତଦାନରେ ଅଂଶଗ୍ରହଣ କରିନଥିଲେ । ଆମେରିକା ଓ ଋଷ ମତଦାନର ବହିଷ୍କାର କରିଥିଲେ ।