
ଭୁବନେଶ୍ୱର – ଏଣିକି ଅଳିଆ ଅଲଗା ଅଲଗା ନଦେଲେ ନେବ ନାହିଁ ବିଏମ୍ସି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଂଟ ନିର୍ମାଣ ହେବ । ବାୟୋ ମିଥେନ୍ ଗ୍ୟାସ ପ୍ଲାଂଟ ପାଇଁ ଓଦା ଅଳିଆ ବ୍ୟବହାର ହେବ । ତେଣୁ ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛି ବିଏମସି ।