କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଜନ ଭାଗିଦାରୀ ମାଧ୍ୟମରେ ବିକଶିତ ଭାରତ ସମ୍ଭବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ତଥା ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ପ୍ରଭାରୀ ପି କେ ଜେନା। ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ପ୍ରଭାରୀ ଶ୍ରୀ ଜେନା କେନ୍ଦ୍ର ସରକାର ଙ୍କ ର ବିଭିନ୍ନ ଜନ ହିତକାରୀ ଯୋଜନା କୁ ଲୋକଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଜୀବନ ଶୈଳୀ କୁ ଉନ୍ନତ କରିବା, ଉପଯୁକ୍ତ ବା ଯୋଗ୍ୟ ବଞ୍ଚିତ ହିତାଧିକାରୀଙ୍କୁ ଯୋଜନା ରେ ସାମିଲ କରିବା, ହିତାଧିକାରୀଙ୍କ ସଫଳତା କୁ ଉପସ୍ଥାପନ କରାଇବା, ବିଦ୍ୟାର୍ଥିମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଆୟୋଜନ କରିବା, ବିକଶିତ ଭାରତ ର ସଂକଳ୍ପ ପାଠ କରାଇବାର ବିସ୍ତୃତ ଆଲୋକପାତ କରିଥିଲେ।ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ କୁ ପରିକ୍ରମଣ କରିବା ପାଇଁ ତିନୋଟି ସଚେତନତା ରଥ ଆସିବ।ଏଥିରୁ ଦୁଇଟି ପରିକ୍ରମା ରେ ସାମିଲ ହେବ ଓ ଗୋଟିଏ ରିଜର୍ଭ ଭାବେ ରଖାଯିବାର ବ୍ୟବସ୍ଥା ହୋଇଛି।ଏଥିରେ ସମସ୍ତ ଅଧିକାରୀ ମାନେ ସହଯୋଗ କରି ସଫଳ କରିବା କୁ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତାରେ କରି ପୁରୀ ଜିଲ୍ଲା ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଚଳିତ ମାସ ତୃତୀୟ ସପ୍ତାହ ରେ ଆରମ୍ଭ ହୋଇ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।ତେଣୁ ବିଭିନ୍ନ ବିଭାଗ ବିଭିନ୍ନ ଫ୍ଲାଗ ସିପ କାର୍ଯ୍ୟକ୍ରମ ର ସଫଳତା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ ଓ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ।ପୂର୍ବରୁ ଅହିଂସା ରଥ,ହକି ବିଶ୍ୱକପ ର ଟ୍ରଫି ଟୁର କୁ ସଫଳ ଭାବେ ଆୟୋଜନ କରାଯାଇଛି।ତେଣୁ ଏହାକୁ ମଧ୍ୟ ସମ୍ମିଳିତ ରୂପେ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ବୈଠକ ପରିଚାଳନା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସଚେତନ କରିବା ଉଦ୍ଦେଶ୍ୟରେ ଆମ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ସହ ସଚେତନତା ରଥ ପରିକ୍ରମାରେ ସମସ୍ତ ଙ୍କ ସହଭାଗିତା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ନୋଡାଲ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମ ପଞ୍ଚାୟତ,ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଜନ ସଚେତନତା ସୃଷ୍ଟି କରିବ ବୋଲି କହିଥିଲେ।୨ଟି ସଚେତନତା ରଥ ପ୍ରାୟ ୬୦ ଦିନ ଧରି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ପରିକ୍ରମା କରି ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା,ଧରିତୀ କରେ ପୁକାର ମାଧ୍ୟମରେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ମେରୀ କାହାନୀ ମେରୀ ଜୁବାନୀ ନାମ ରେ ହିତାଧିକାରୀଙ୍କ ଅଭିଜ୍ଞତା ପ୍ରଦାନ,ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ସ୍ୱାଗତ ସମିତି ଓ ଉତ୍ସବ ସମିତି ମାଧ୍ୟମରେ କାର୍ଯ୍ୟକ୍ରମ ର ପରିଚାଳନା,ସ୍ୱଛତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ରଖାଯାଇଛି ବୋଲି କହିଥିଲେ। ବିଡ଼ିଓ ମାନଙ୍କ ସହଯୋଗ ରେ ରୁଟ ପ୍ଲାନ ଚୁଡାନ୍ତ,ସୁରକ୍ଷା ବ୍ୟବସ୍ଥା ,ପଞ୍ଚାୟତ ସ୍ତର କମିଟି ଗଠନ ଇତ୍ୟାଦି ସମ୍ପର୍କରେ ସେ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏଊସ ପି ବିଷ୍ଣୁ ପ୍ରସାଦ ପତି, ଡୁଡା ର ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି,ସିଡିଏମଓ ଡା ସୁଜାତା ମିଶ୍ର, ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଏପିଡି ତୃପ୍ତି ରାଣୀ ବଡ଼ଜେନା, ଜାତୀୟ ସମାଜ ବିଜ୍ଞାନ ଅଧିକାରୀ ବିଶ୍ୱନାଥ ପଣ୍ଡା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
Related Stories
November 23, 2024