ପୁରୀ ,ବସ୍ତିରେ ଖେଳୁଛି ଶିକ୍ଷାର ଆଲୋକ। ପିଲାମାନେ ଆଉ ଜରି ଗୋଟାଉ ନାହାନ୍ତି କି ପ୍ଲାଷ୍ଟିକ ବୋତଲ। ପଢା ଛାଡ଼ିଥିବା ପିଲା ଏବେ ପାଠ ଶାଳା ମୁହାଁ। ପୁଣି ନାଚ, ଗୀତ, ଚିତ୍ରକଳା ରେ ବେଶ୍ ଦକ୍ଷ। ଅନ୍ୱେଷଣ ର ତୃତୀୟ ବାର୍ଷିକ ଉତ୍ସବ ର ରଙ୍ଗମଞ୍ଚରେ ବସ୍ତିର ଶିଶୁ ପ୍ରତିଭାଙ୍କ ଉତ୍କର୍ଷ ପ୍ରଦର୍ଶନ ବିକାଶର ଏହି ସମ୍ଭାବନାକୁ ସ୍ଵୀକୃତି ଦେଇଥିଲା।
ୟୁଥ୍ ହଷ୍ଟେଲ ପରିସରରେ “ଅନ୍ୱେଷଣ”ର ଶିଶୁ ମାନେ ବଡ଼ ଧୁମ୍ ଧାମରେ ପାଳନ କଲେ “ଶିଶୁ ମହୋଉତ୍ସବ.। ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ଅଧିକାରୀ ଅଜିତ୍ ମହାପାତ୍ର,ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଅଧକ୍ଷ ମିହିର ପ୍ରସାଦ ମିଶ୍ର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ବେଲ୍ ର ଆବାହକ ସିଦ୍ଧାର୍ଥ ରାୟ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଡାକ୍ତର ଶୁଭେନ୍ଦୁ ମହାନ୍ତି,ନେହୁର ଯୁବା କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଯୋଶୀ,ସଞ୍ଜୟ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପିଲାଂକୁ ଉତ୍ସାହିତ କରିଥିଲେ।ସାହିତ୍ୟକ ଶ୍ୟାମ ପ୍ରକାଶ ସେନାପତି,ବରିଷ୍ଠ ଶିକ୍ଷାବିତ ଶିବ ସୁନ୍ଦର ମିଶ୍ର ମଞ୍ଚ ପରିଚାଳନା କରିଥିଲେ.
ସକାଳେ ପ୍ରଥମ ପର୍ଯାୟ ରେ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ହସ୍ତଶିଳ୍ପ, ବ୍ୟଙ୍ଗ., ପଞ୍ଚଗଭ୍ୟ.ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପିଲାମାନେ ମଞ୍ଚରେ ସେମାନଙ୍କ ଭିତରେ ଥିବା କଳାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଅନ୍ୱେଷଣ ର କର୍ମକର୍ତ୍ତା ସନ୍ତୋଷ କୁମାର ରାଉତ, ନିରଞ୍ଜନ ପ୍ରଧାନ, ବ୍ରଜକିଶୋର ସାହୁ, ଦୀପକ୍ କୁମାର ପାଣି, ସୁମିତା ପାଥିଆ, ସୁମିତ୍ରା ଦାସ, ସିପାଲି ବାରିକ୍, ଦିପ୍ତିରେଖା କର, ସନ୍ଧ୍ୟା ବେହେରା,ଶ୍ରାବଣୀ ମିଶ୍ର,ଚନ୍ଦନ ସାହୁ, ଖିତିଶ୍ ନାୟକ, ବର୍ଷା ହାଲଦର୍।