କନ୍ଧମାଳ – ଚଳିତବର୍ଷ ଉଠାଜଳସେଚନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାର ଚାଷୀଙ୍କ ଚାଷଜମିକୁ ଅଧିକରୁ ଅଧିକ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ବିହିତ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା କଥା ଫୁଲବାଣୀ ଉଠାଜଳସେଚନ ବିଭାଗ ଡିଭିଜନର ନିର୍ବାହୀଯନ୍ତ୍ରୀ କହିଛନ୍ତି. ଚଳିତ ୨୦୧୯ – ୨୦ ଆର୍ଥୀକ ବର୍ଷରେ ବିଭାଗ ପକ୍ଷରୁ ଆଇ.ଆଇ.ଡି.ଏଫ ଯୋଜନାରେ ୩୦ଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଏଯାବତ୍ ୨୫ଟିର କାର୍ଯ୍ୟ ସରିଯାଇଛି. ଆଉ ୫ଟିର କାର୍ଯ୍ୟ ଚାଲିଛି. ଏଥିରେ ୪୬୨.୩୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ସେ କହିଛନ୍ତି. ସେହିପରି ଷ୍ଟେଟ ପ୍ଲାନ ୨୦୧୮-୧୯ରେ ଏଲ.ଆଇ ପଏଂଟ ୨୫ଟିର ପୁନରୁଦ୍ଧାର ବାବଦରେ ୩୮୦.୯୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ୧୮ଟିର କାର୍ଯ୍ୟ ସରିଯାଇଛି ଓ ଏ ବାବଦରେ ଏଯାବତ୍ ୨୭୫.୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡିଛି. ସେହିପରି ଇଂଟିଗ୍ରେଟେଡ୍ ଆକ୍ସନ ପ୍ଲାନ ମାଧ୍ୟମରେ ୨୦୧୮-୧୯ରେ ଗୋଟିଏ ପ୍ରକଳ୍ପ ପାଇଁ ୨୫ ଲକ୍ଷ ଟଙ୍କା ଆସିଥିଲା, ତାର କାର୍ଯ୍ୟ ଚାଲିଛି. ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ୨ଟି ପ୍ରକଳ୍ପ ପାଇଁ ୨୯.୯୦ ହଜାର ଅନୁଦାନ ମିଳିଥିଲା, ତାର କାର୍ଯ୍ୟ ସରିଯାଇଛି.
ସେହିପରି ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ଆଉ ୭ଟି ପ୍ରକଳ୍ପ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ୧୦୩.୯୦ ଲକ୍ଷ ଟଙ୍କା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା. ସେଥିରୁ ୬୮.୯୦ ଲକ୍ଷ ଟଙ୍କା ବ୍ୟୟ କରି ୩ଟି ପ୍ରକଳ୍ପର କାର୍ଯ୍ୟ ସରିଗଲାଣି. ଆଉ ୪ଟି ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି. ଓପେଲିପି ପ୍ରକଳ୍ପ ମାଧ୍ୟମରେ ୧ଟି ପ୍ରକଳ୍ପ ପାଇଁ ୨୭ ଲକ୍ଷ ୪୦ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ କାର୍ଯ୍ୟ ଚାଲିଛି ଓ ପ୍ରାୟ ୧୫ ଲକ୍ଷ ଟଙ୍କା ବର୍ତମାନ ସୁଦ୍ଧା ବ୍ୟୟ କରାଯାଇଛି. ତିତଲି ବାତ୍ୟାରେ ୫୯ଟି ପ୍ରକଳ୍ପର ମରାମତି ପାଇଁ ୨୨ ଲକ୍ଷ ୭୦ ହଜାର ଟଙ୍କା ଅନୁଦାନ ମିଳିଥିବା ବିଭାଗକୁ ଓ ସମସ୍ତ ମରାମତି କାର୍ଯ୍ୟ ସରିଯାଇଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି. ସେହିପରି ନନ୍ପ୍ଲାନ ଗ୍ରାଂଟରେ ୪ଟି ପ୍ରକଳ୍ପ ପାଇଁ ୨.୮୦ ଲକ୍ଷ ଟଙ୍କା ଆସିଥିଲା. ତାହା ବି କାର୍ଯ୍ୟ ସରିଯାଇଛି. ସେହିପରି ଗତ ୨୦୧୮-୧୯ରେ ବିଭିନ୍ନ ସ୍କିମ ମାଧ୍ୟମରେ ୧୩୯ଟି ପ୍ରକଳ୍ପର ନିର୍ମାଣ ଓ ପୁନରୁଦ୍ଧାର ଲାଗି ୧୨୦୯.୫୬୩ ଲକ୍ଷ ଟଙ୍କା ଅନୁଦାନ ବିଭାଗକୁ ଆସିଥିବା ବେଳେ ଜୁନ୍ ସୁଦ୍ଧା ବିଭାଗ ପକ୍ଷରୁ ୧୧୧ଟି ପ୍ରକଳ୍ପର କାର୍ଯ୍ୟ କରାଯାଇ ୮୧୪. ୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ଓ ୨୭ଟି ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି. ଗୋଟିଏ କାମ ଆରମ୍ଭ ହୋଇନି ଏଯାଏଁ.
ସେହିପରି ବିକେଭିୱାଇ (ଆରଆଇଡିଏଫ) ରେ ୪୭ଟି ଉଠାଜଳସେଚନ ପ୍ରକଳ୍ପ କରିବାଲାଗି ୧୨୮୫.୮୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବାଲାଗି ଏସଏଲସିସି ଓ ଏଚପିସି ଅନୁମୋଦନ କରାଯାଇ ଆର୍ଥୀକ ସହାୟତା ଯୋଗାଇ ଦେବାଲାଗି ନାବାର୍ଡକୁ ଲେଖାଯାଇଥିବା ବିଭାଗୀୟ ନିର୍ବାହୀଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି. ସେହିପରି ବିକେଭିୱାଇରେ ଅନ୍ୟ ୭ଟି ପ୍ରକଳ୍ପ ପାଇଁ ୨୦୧.୨୬ ଲକ୍ଷ ଟଙ୍କାର ଏକ ଅଟକଳ ଏସଏଲସିସିରେ ମଧ୍ୟ ଅନୁମୋଦନ ଲାଭ କରିଛି. ଅତିଶିଘ୍ର ଅର୍ଥ ଅନୁଦାନ ମିଳିଲେ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯିବ. ଏସବୁ ପ୍ରକଳ୍ପ କାର୍ଯ୍ୟ ସରିଲେ ଜିଲ୍ଲାରେ ଅଧିକାରୁ ଅଧିକା ଚାଷଜମିକୁ ଜଳସେଚନ ବ୍ୟବସ୍ଥା ମିଳିପାରିବ ଆଉ ଚାଷୀ ଚାଷ କରି ଲାଭବାନ ହୋଇପାରିବେ ବୋଲି ନିର୍ବାହୀଯନ୍ତ୍ରୀ ଇଂ ମିଶ୍ର ‘ପ୍ରଗତିବାଦୀ’ ପ୍ରତିନିଧିଙ୍କୁ କହିଛନ୍ତି. ଏଥିସହ ଚାଷୀମାନଙ୍କୁ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚାଷୀଙ୍କୁ ଚାଷପ୍ରତି ଆଗ୍ରହ ସୃଷ୍ଟି କରିବାଲାଗି ସଚେତନତା ସୃଷ୍ଟି କରାଯିବା ସହ ଉନ୍ନତ କିସମର ବିହନ ବ୍ୟବହାର, ସାର, କୀଟନାଶକ ଆଦି ବ୍ୟବହାର କରି ଅଧିକା ଉପ ô ାର୍ଜନ କରିବାଲାଗି ପରାମର୍ଶ ଦିଆଯାଉଛି ବୋଲି ନିର୍ବାହୀଯନ୍ତ୍ରୀ କହିଥିଲେ. ସେହିପରି ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ଠିକ୍ ଭାବେ କରିବାଲାଗି ପାଣି ପଂଚାୟତ ନି Â ା ଓ ଆନ୍ତରିକତାର ସହ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ନିର୍ବାହୀଯନ୍ତ୍ରୀ.