ପୁରୀ ସମାଜ କୁ ଶୃଙ୍ଖଳିତ ଓ ବିକଶିତ କରିବା ରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ।ସେଥିପାଇଁ ଗଣମାଧ୍ୟମକୁ ସମାଜର ଜାଗ୍ରତ ପ୍ରହରୀ କୁହାଯାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହେଉଥିଲା। ଚଳିତ ବର୍ଷ ର ଆଲୋଚ୍ୟ ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସାଧାରଣ ଲୋକ ମାନଙ୍କ ସମସ୍ୟା, ଆବଶ୍ୟକତା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସାଧାରଣ ଲୋକ ଙ୍କୁ ଅବଗତ ଓ ସଚେତନ କରାଇବାରେ ଗଣମାଧ୍ୟମ ର ଅବଦାନ ଅତୁଳନୀୟ ବୋଲି କହିଥିଲେ।ଆଜିର ସମୟରେ ବୈଷୟିକ ଜ୍ଞାନର ଦୁରୁପୋଯୋଗ କରି ଅସାମାଜିକ ତତ୍ତ୍ୱ ମାନେ ଲୋକ ମାନଙ୍କୁ ହଇରାଣ କରିବା ଦେଖାଯାଉଛି।ଏହାକୁ ଗଣମାଧ୍ୟମ ଅନେକ ସଚେତନ କରାଉଥିଲେ ମଧ୍ୟ ଲୋକ ମାନେ ସଚେତନ ନ ହୋଇ ଠକାମୀ ର ଶୀକାର ହେଉଛନ୍ତି। ତେଣୁ ଏଥି ପ୍ରତି ସମାଜର ସବୁ ବର୍ଗର ଲୋକ ସଚେତନ ହେବା ଉଚିତ ।ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଗଣତନ୍ତ୍ର କୁ ମଜବୁତ କରିଥାଏ ବୋଲି କହିବା ସହ ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦ ପରିବେଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଭିନ୍ନ ବିପର୍ଯ୍ୟୟ,କରୋନା ଇତ୍ୟାଦି କଷ୍ଟକର ସମୟରେ ମଧ୍ୟ ଗଣମାଧ୍ୟମ ଯେପରି କାର୍ଯ୍ୟ କରିଛନ୍ତି ତାହା ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ଭାବେ ପୂର୍ବତନ ସୂଚନା ଅଧିକାରୀ ମାୟାଧର ମହାରଣା ଯୋଗ ଦେଇ ଗଣମାଧ୍ୟମ ର ସୃଷ୍ଟି,ସମାଜ ପ୍ରତି ଗଣମାଧ୍ୟମ ର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଥିଲେ।ନିଜ ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରି ସାଧାରଣ ଲୋକ ଙ୍କ ସମସ୍ୟା କୁ ସରକାର ଓ ପ୍ରଶାସନ ନିକଟରେ ପହଞାଇ ସମାଧାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ବ୍ରତ ଭାବେ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତାରେ ଅନୁଷ୍ଠିତ କରିଥିଲେ।
ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 23, 2024