ମାଲକାନଗିରି, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟସ୍ତରୀୟ ସମାରୋହ ଗତକାଲି ଭୁବନେଶ୍ୱର ସ୍ଥିତ ଲୋକସଭା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମଞ୍ଚାସିନ ହେବା ସହ ବିଭାଗୀୟ ସଚିବ, ନିର୍ଦ୍ଦେଶକ ସମେତ ନଅ ଗୋଟି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଜନଜାତି ସଂସ୍କୃତି ଦଳମାନଙ୍କୁ ବାଦ୍ୟ ଯନ୍ତ୍ର ଓ ନୃତ୍ୟ ଆଭୁଷଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମାଲକାନଗିରି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡମା ରାବା ଯୋଗଦେଇ ଜିଲ୍ଲାର କୋୟା, ଭୂମିଆ, ବଣ୍ଡା ଭଳି ଜନଜାତି ପରମ୍ପପରାର ନୃତ୍ୟ କଳା ପ୍ରଦର୍ଶନ କରୁଥିବା ସାଂସ୍କୃତିକ ଦଳଙ୍କୁ ବାଦ୍ୟ ଯନ୍ତ୍ର ଓ ନୃତ୍ୟ ଆଭୁଷଣ ବଣ୍ଟନ କରିଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲାରେ ବିଭିନ୍ନ ଜନଜାତି ଦ୍ଵାରା କଳା ସଂସ୍କୃତିର ପଦର୍ଶନ କରୁ ଥିବା ଦଳମାନଙ୍କୁ ଏହି ଯୋଜନାରେ ସଂପୃକ୍ତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ ଯୋଗ ଦେଇ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ୯ ଗୋଟି ଜିଲ୍ଲାର ପିଏଆଈଟିଡିଏ ମାନେ ସାମିଲ ହେବା ସହ ରାଜ୍ୟ ଓ ଜିଲ୍ଲାର ବିଭାଗୀୟ କତୃପକ୍ଷ ଉପସ୍ଥିତ ହୋଇଥିଲେ ।
Related Stories
November 23, 2024